ଅବକାରୀ ବିଭାଗର ଚଢ଼ଉ : ୯୦୦ କେଜି ମହୁଲ ପୋଚ ଓ ୫୮ ଲିଟର ଚୋରା ରନ୍ଧା ମଦ ଜବତ, ଜଣେ ଗିରଫ

ବଙ୍ଗୋମୁଣ୍ଡା,(ଅଶୋକ ନାରାୟଣ ଭୋଇ) -ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ କୁଣ୍ଡାବୁଟୁଲା ପଂଚାୟତର ଡୁମେରପଡା ଗ୍ରାମରେ ଚଢ଼ଉ କରାଯାଇ ୯୦୦ କେଜି ମହୁଲ ପୋଚ,ଏବଂ ୮୫ ଲିଟର ଚୋରା ରନ୍ଧା ମଦ ଜବତ କରାଯାଇଥିବା ଜଣାପଡିଛି । କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଜୋସେଫ ୱାଳିଟିୟାର ନାଏକ,ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ଗୋବର୍ଦ୍ଧନ ରଣା, ଏଏସଆଇ ଅଲେଖ ପୁଟେଲ,କନେଷ୍ଟବଳ ପ୍ରଫୁଲ କୁମାର ବାଗ, ଆର୍ତ୍ତତ୍ରାଣ ବହିଦାର,ଡୋଲେଶ୍ଵର କୁମୁରା,ମମତା ବେହେରା,ଲଳିତା ଭୋଇ ପ୍ରମୁଖ ଏହି ଚଢ଼ଉ ରେ ସାମିଲ ହୋଇଥିଲେ । ମହୁଲ ପୋଚ, ବିପୁଳ ମଦ ସାମଗ୍ରୀ, ଚୋରା ରନ୍ଧା ମଦ ଜବତ କରିବା ସହ ବାସୁଦେବ ବାରିକ(୫୮) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥଲେ ।

Leave A Reply

Your email address will not be published.