ଶନିବାର ଓ ରବିବାର ସମ୍ବଲପୁର ସଟ୍ ଡାଉନ

ସମ୍ବଲପୁର(ଦାମୋଦର ପଣ୍ଡା ) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି, ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଁଚିଛି । ଅପରପକ୍ଷରେ ଭିମସାରର ଆଉ ଜଣେ ଡାକ୍ତର ପୋଜିଟିଭ ବାହାରିଥିବା ବେଳେ ସଙ୍ଗରୋଧରୁ ୪୦ ଜଣ ଡାକ୍ତରଙ୍କ କରୋନା ରିପୋର୍ଟ ନିଁଗେଟିଭ ବାହାରିଥିବାରୁ କାର୍ୟ୍ୟରେ ଯୋଗ ଦେଇଛନ୍ତି । ଖୁସି ଖବର ଯେ ଭିମସାରରେ ଦୁଇ ହଜାର ଆଣ୍ଟିଜେନ କିଟ ପହଁଚିଛି, ଯାହାଦ୍ୱାରା କୋଭିଡ ପରୀକ୍ଷଣ ତ୍ୱରାନ୍ୱିତ ହୋଇପାରିବ ।
ଶୁକ୍ରବାର ସମ୍ବଲପୁରରେ ଆଉ ୩୯ ଜଣ ପଜିଟିଭି ଚିହ୍ନଟ ପରେ ଏହି ସଂଖ୍ୟା ୮୭୫ ହୋଇଛି, ନୂତନ ଚି଼ହ୍ନଟ ଭିତରେ ୩୮ ଜଣ ମହାନଗର ନିଗମ ଅଞ୍ଚଳର ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ହଟ ସ୍ପଟ ଭାବେ ପରିଚିତ ଷ୍ଟେସନ ପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭କୁ ଛୁଇଁଲାଣି । ଶନିବାର ଓ ରବିବାର ସଟ ଡାଉନ ଘୋଷିତ ହୋଇଛି ।

Leave A Reply

Your email address will not be published.