କଣ୍ଟାବାଞ୍ଜି ତଥା ସମ୍ପୁର୍ଣ୍ଣ ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପୂର୍ଣ୍ଣ ବିଫଳ : ବିଜେପି ଜିଲ୍ଲା ସଭାପତି

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ ଆଇନର ଆଶ୍ରା ନେଇ ଖାଲି ସଟ ଡାଉନ ଘୋଷଣା କରି ନିଜ କର୍ତ୍ୟବ୍ୟ ସାରି ଦେଉଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମିତ ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କରି ଖୋଲା ବୁଲିବାକୁ ଛାଡି ଦେଇଥିବା ବେଳେ ସଂକ୍ରମିତ ଥିବା ବସ୍ତିକୁ କନଟେନମେଂଟ ଜୋନ ଘୋଷଣା କରି ସମସ୍ତଙ୍କୁ ଗୃହବନ୍ଦୀ କରି ରଖିଛନ୍ତି । ପ୍ରଶାସନ ଦେଇ ଥିବା ଗୋଟିଏ ବି ହେଲପଲାଇନ ଉତ୍ତର ଦେଉନାହିଁ । କନଟେନମେଂଟ ଜୋନ ରେ ଲୋକ ଉପବାସରେ ଶୋଉଛନ୍ତି। ତାଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ କେହି ନାହିଁ । କୋଭିଡରେ ସଂକ୍ରମିତ ସମସ୍ତ ପରିବାର ଲୋକଙ୍କୁ ଖୋଲାରେ ଦାହ ସଂସ୍କାର କରିବାକୁ ଛାଡି ଦେଉଛନ୍ତି । ଏତେ ସବୁ ଅବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେଇ କେବଳ ବାରମ୍ବାର କନଟେନମେଂଟ ଜୋନ ଘୋଷଣା କରି କର୍ମ ଯିବି ଲୋକ ତଥା ଛୋଟ ବ୍ୟବସାୟୀ ଜୀବନ ଜୀବିକା ଛଡ଼ାଇ ନେଇ ତାଙ୍କୁ ଅନାହାରରେ ମାରିବାକୁ ବାଧ୍ୟ କରୁଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସୋସିଆଲ ମିଡ଼ିଆରେ ମତ ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମର ବାରମ୍ବାର ଅନୁରୋଧ ସମାଜର ସବୁବର୍ଗର ପ୍ରତିନିଧିମାନଙ୍କୁ ନେଇ କୋଭିଡ ପରିଚାଳନା କରାଯାଉ । କିନ୍ତୁ ପ୍ରଶାସନ ତଥା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଜନ ସମାଜର ସହଭାଗିତା ନଥିବାରୁ କୋଭିଡ ପରିଚାଳନା ସମ୍ପୂର୍ଣ୍ଣ ବିଫଳ ହୋଇଛି । ସମାଜକୁ ପ୍ରଭାବିତ କଲା ଭଳି କୌଣସି ନିଷ୍ପତି ନେବା ପୂର୍ବରୁ ସେମାନଙ୍କ ପ୍ରତିନିଧିମାନଙ୍କ ସହ ଚର୍ଚ୍ଚା ଆଲୋଚନା କଲେ ତାହା ଅତ୍ୟଧିକ ପ୍ରଭାବୀ ଓ ସଫଳ ହୁଅନ୍ତା । ପେଣ୍ଡେମିକ ଆଇନ୍ର ସହାୟତା ନେଇ ଲୋକଙ୍କ ଜୀବନ ଜୀବିକା ସହ ଖେଳ ନ ଖେଳନ୍ତୁ ସରକାର, ନଚେତ୍ ଲୋକଙ୍କ ଧର୍ୟ୍ୟଚ୍ୟୁତ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ।

Leave A Reply

Your email address will not be published.