ପୁଣି ଦେଶରେ ୬୧,୫୩୭ ଚିହ୍ନଟ : ୯୩୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୬୧,୫୩୭ ଜର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୮,୬୧୧କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧୪,୨୭,୦୦୫ ଜଣ ସୁସ୍ଥ ହୋଇଥିବା ବେଳେ ୬,୧୯,୦୮୮ ଜଣ ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବରରେ କୁହାଯାଇଛି । ତେବେ କରୋନା କବଳରେ ମୃତୁ୍ୟ ସଂଖ୍ୟା ୪୨,୫୧୮ରେ ପହଂଚିଛି ।

Leave A Reply

Your email address will not be published.