ବରଗଡ଼ରେ ମଦ ବିକ୍ରି ବିରୋଧରେ ଧାରଣା ଦେଲେ ମହିଳା

ବରଗଡ଼, (ସତ୍ୟନାରାୟଣ ପଧାନ) : ଦିନକୁ ଦିନ ବରଗଡ଼ ସହରରେ ନିଶା କାରବାର ବଢ଼ି ଚାଲିଥିବା ବେଳେ ଏବେ ମଦ ଓ କୋରେକ୍ସ ବିକ୍ରି ବିରୋଧରେ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି । ମଙ୍ଗଳବାର ବରଗଡ଼ ସହରର ନିଲିବନ୍ଦପଡା, କୁମ୍ଭାରପଡା, ଭୟନାପଡାର ମହିଳାମାନେ ଏକ ରାଲିରେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ.୨ ଓ ଆଖପାଖ ଅଞ୍ଚଳରେ ମଦ କାରବାର ବ୍ୟାପକ ଭାବେ ବଢି ଚାଲିଛି । ସେହିପରି କଫ ସିରପ ବିକ୍ରି ବେଧଡକ ଭାବେ ଚାଲିଥିବାରୁ ମହିଳାମାନେ ଅସୁରକ୍ଷିତ ମନେ କରୁଛନ୍ତି । କାରଣ ଅସାମାଜିକ ତତ୍ୱ ବହୁ ମାତ୍ରାରେ ବୃଦ୍ଧି ପାଉଛି । ଏହି ବେଆଇନ କାମକୁ ବନ୍ଦ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗକୁ ଆସିଛନ୍ତି । ପୁଷ୍ପାଞ୍ଜଳି ସାହୁ, ଉମାକାନ୍ତି ସାହୁ, ପଦ୍ମାସିନୀ ସାହୁ, କନକ ପ୍ରଧାନ, ସସ୍ମିତା ସାହୁ, ଯଶୋବନ୍ତି ପୋଢ଼, ମମତା ବେହେରା, ବସ୍ମତି ବଂଛୋର, ଅମିତାଵ ପାତ୍ର, ଭାବନୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଆରକ୍ଷୀ ଅଧ୍ୟକ୍ଷକଙ୍କ ଅନୁପସ୍ଥିତିରେ ଟାଉନ ଥାନା ଅଧିକାରୀ ସ୍ମାରକ ପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.