csstore

ବିଏସଏଫ୍‌କୁ ବଡ଼ ସଫଳତା ମାଲକାନଗିରିରୁ ମାଓ ଡମ୍ପ ଠାବ

ମାଲକାନଗିରି : ବିଏସଏଫ୍‌କୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ମାଓ ଡମ୍ପ ଠାବ । ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲରୁ ୪ଟି ଟିଫିନ ବୋମା ସହ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନାନୁଯାୟୀ, ଘନବେଡା ଓ ଗୋରାସେତୁ ବିଏସଏଫ କ୍ୟାମ୍ପର ୧୭୭ ବାଟାଲିୟନର ଯବାନମାନେ ଏରିଆ ଡମିନେସନ କରିବା ଲାଗି ପଣଷପୁଟ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଗୋଟିଏ ସ୍ଥାନରେ ଲ୍ୟାଣ୍ଡମାଇନ୍ ଡିଟେକ୍ଟର ଦ୍ଵାରା ମାଓ ଡମ୍ପ ଠାବ ହୋଇଥିଲା । ମାଓ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ ହୋଇଛି। ୪ଟି ଟିଫିନ ବୋମା ସହ ଗୋଟିଏ ୧୨ ଭୋଲ୍ଟ ବ୍ୟାଟେରୀ, ବିଦ୍ୟୁତ ତାର, ପ୍ଲାଷ୍ଟିକ ଡ୍ରମ୍, ଅକ୍ସିନେଜ୍ ସିଲିଣ୍ଡର ସହ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

jayashree
Leave A Reply

Your email address will not be published.