oom

ବାଇକ ଡିକି ଭାଙ୍ଗି ୫୫ ହଜାର ଟଙ୍କା ଲୁଟ ଅଭିଯୋଗ

jsmm

ବାସୁଦେବପୁର : ବାସୁଦେବପୁର ସହର ମଧ୍ୟରେ ଏକ ବାଇକ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୫୫ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଇରମ ନୂଆଗାଁ ଗ୍ରାମର ରତିକାନ୍ତ ରାୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶ୍ରୀ ରାୟ ମଙ୍ଗଳବାର ସକାଳେ ବାସୁଦେବପୁର ଏସ୍‌ବିଆଇ ବ୍ୟାଙ୍କକୁ ନିଜ ସମ୍ପର୍କୀୟ ପୁତୁରାଙ୍କ ସହିତ ଆସି ୫୫ ହଜାର ଟଙ୍କା ଉଠାଇ ଏକ ବ୍ୟାଗରେ ଟଙ୍କା ସହ ବ୍ୟାଙ୍କ ପାସବହି ରଖିଥିଲେ । ପରେ ଶ୍ରୀ ରାୟ ଓ ତାଙ୍କ ପୁତୁରା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଫୁଟ୍‌ପାଥ୍‌ରୁ ଜୋତା କିଣୁଥିବା ବେଳେ ଦୁଇ ଜଣ ଲୁଟେରା ଏକ କଳା ପଲସର ବାଇକରେ ଆସି ରତିକାନ୍ତ ରଖିଥିବା ବାଇକ୍ ପାଖରେ ପହଞ୍ଚି ଡିକି ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ ଧରି ଫେରାର ହୋଇ ଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.