jsm

ଖଇରାପଡାରେ ପୁରାତନ ଲକ୍ଷ୍ମୀ ପୁରାଣ ୧୬ ସୁଆଙ୍ଗ ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର କଲେଜ ପାଖ ଖଇରାପଡା ଠାରେ ପୁରାତନ ଲକ୍ଷ୍ମୀ ପୁରାଣ ୧୬ ସୁଆଙ୍ଗ ଅନୁଷ୍ଠିତ ହୋଇଯାଇଥିବା ବେଳେ ପ୍ରତି ମାର୍ଗଶୀର ଗୁରୁବାର ଦିନ ଏହା ନାଟକରେ ୧୬ ସୁଆଙ୍ଗ ମଞ୍ଚାସୀନ ହେଉଛି । ଆଧୁନିକ ଯୁଗରେ ଆଜି ବି ଏହି କଳା ବଂଚିତ ରହିଥିବା ବେଳେ ଦୀର୍ଘ ୨ ବର୍ଷ ହେଲା କୋଭିଡ୍‌ ଯୋଗୁଁ ବନ୍ଦ ଥିଲା । ଚଳିତ ବର୍ଷ ଯୁବ ପିଢି ଆଗେଇ ଆସି ପରମ୍ପରା ବଂଚାଇଛନ୍ତି । ଚାରିପାଲି ଏହି ୧୬ ସୁଆଙ୍ଗ ଲକ୍ଷ୍ମୀପୁରାଣ ଦେଖିବା ପାଇଁ ଆଖପାଖ ଅଂଚଳର କଳାପ୍ରେମୀଙ୍କ ଭିଡ ଜମୁଛି । ଏହି ଅବସରରେ ଅଭିନୟ କରୁଛନ୍ତି ଜଗନ୍ନାଥ ଭୂମିକାରେ ଅଙ୍କୁଶ ସାହୁ, ଲକ୍ଷ୍ମୀଙ୍କ ଭୂମିକାରେ ଡକ୍ଟର ସାହୁ, ବଳରାମ ଭୂମିକାରେ ବୁଲବୁଲ ମନହୀରା, ଦ୍ୱାରୀରେ କିଶୋର ଭୋଇ, ସଖାରେ ସୁଦାମ ମାଝି, ହିମାଂଶୁ ମିଶ୍ର, ବିରେନ୍ଦ୍ର ମନହିରା ଓ ରାକେଶ ବଗର୍ତ୍ତୀ, ସଦାଶିବ ଭୂମିକାରେ ସାନୁ ମନହିରା, ବରୁଣା ରାଜା ଭୂମିକାରେ ସତ୍ୟ କୁମାର ସାହୁ, ଚଣ୍ଡାଳୁଣି ଭୂମିକାରେ ଅମୁଲ୍ୟ ମାଝି, ବେତାଳ ଭୂମିକାରେ ଶିବ ମେହେର, ଆନନ୍ଦ ଭୋଇ, ମିଳନ ଭୋଇ, ରାଜ କୁମାର ମନହିରା, ଚରଣ ଷାଣ୍ଢ, ଦିଗାମ୍ବର ମାଝି ପ୍ରମୁଖ ଅଭିନୟ କରୁଛନ୍ତି ।

yuvodaya
Leave A Reply

Your email address will not be published.