pakka

୬ ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ୬ ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଗଠନର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ସଂଗଠନ ପକ୍ଷରୁ କଳା ବ୍ୟାଚ୍‌ ପରିଧାନ କରିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ର କର୍ମଚାରୀ ବିଶିକେଶନ ସାହୁଙ୍କ ନେତୃତ୍ୱରେ ପରିଧାନ କରିଛନ୍ତି । ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଦବୀର ନାମ ପରିବର୍ତ୍ତନ, ଗ୍ରେଡ ପେ ୨ ହଜାର ଟଙ୍କାରୁ ୪୨ ଶହ ଟଙ୍କାକୁ ବୃଦ୍ଧି, ଚାକିରୀ କାଳ ମଧ୍ୟରେ ପଦୋନ୍ନତି, କମ୍ପ୍ୟୁଟର ଓ ମୋବାଇଲ୍‌ ଖର୍ଚ୍ଚ ପ୍ରଦାନ ଆଦି ଦାବି ଗୁଡିକ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି । ଚଳିତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି । ୨୦ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ଆସନ୍ତା ମାସ ଅଗଷ୍ଟ ୧ ତାରିଖ ଠାରୁ ସମୂହ ଛୁଟିରେ ରହିବା ସହିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ସହିତ ଯାହା କ୍ଷତି ହେବ ସେଥିପାଇଁ ବିଭାଗ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବିଶିକେଶନ ସାହୁ, ଚିନ୍ମୟ ସା, ଟୁକୁ ସାହୁ, ସନ୍ନ୍ୟାସୀ ମେହେର, ଗୌତମ କୁମାର ମୁଣ୍ଡା, ସନ୍ତୋଷ କୁମାର ଜାଲ, ବୈକୁଣ୍ଠ ବିହାରୀ ବାଗ, ଲୀଳାବତୀ କୋଲସେର, ଇନ୍ଦୁ ପୁଟେଲ, ଟଙ୍କଧର ମାଝୀ, ବିରଞ୍ଚି ଶଦ୍ଦର ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

18 + 7 =

error: Content is protected !!