
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟ ସରକାର କୃଷିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଧାନ ଓ ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ଠାରୁ ଆରମ୍ଭ କରି କୃଷକ କଲ୍ୟାଣ କାର୍ୟ୍ୟକ୍ରମ, ଜଳସେଚନ, ସାର ଓ କୀଟନାଶକ ଯୋଗାଣ, ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଆଦି ପଦକ୍ଷେପ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।