jsm

କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତର ମହିଳା କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବେ ବିଶ୍ୱ ପ୍ରସିଦ୍ଧ ରଙ୍ଗବତୀ ଗୀତର ମହିଳା କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ପଦ୍ମ ପୁରସ୍କାର ତାଲିକାରୁ ଏହା ଜଣାପଡ଼ିଛି । ରଙ୍ଗବତୀ ଗୀତ କହିଲେ କିଏ ବା ନଜାଣେ । ସାରା ବିଶ୍ୱରେ ରଙ୍ଗବତୀ ଗୀତର ସ୍ୱତନ୍ତ୍ର ପରିଚୟ ରହିଛି । ରଙ୍ଗବତୀ ଗୀତରେ ଝିମି ଉଠନ୍ତି ସାରା ବିଶ୍ୱର ଲୋକେ । ଏହି ଗୀତର ପୁରୁଷ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରପାଲ୍‌ ବିଗତ ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇ ସାରିଥିବା ବେଳେ ଚଳିତ ବର୍ଷ ଏହି ବିଶ୍ୱ ପ୍ରସିଦ୍ଧ ଗୀତର ମହିଳା କଣ୍ଠଶିଳ୍ପୀ ସୁଶ୍ରୀ କ୍ରିଷ୍ଣା ପଟେଲ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁଶ୍ରୀ କ୍ରିଷ୍ଣା ପଟେଲଙ୍କ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ତାଲିକା ପ୍ରକାଶ ପାଇବା ପରେ ସାରା ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳି ଯାଇଛି । ତେବେ କଳାହାଣ୍ଡି ମାଟିର ପଟାୟତ ସାହୁ ମଧ୍ୟ କୃଷି କ୍ଷେତ୍ରରେ ପାରଦର୍ଶିତା ଯୋଗୁଁ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତାଙ୍କ ନାମ ମଧ୍ୟ ପ୍ରକାଶିତ ତାଲିକାରେ ରହିଛି ।

yuvodaya
Leave A Reply

Your email address will not be published.