oom

କୋଶଳି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଏକ ସାରସ୍ୱତ ସଭା

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବର୍ଷ ୨୦୨୪କୁ ବିଦାୟ ଦେବା ଓ ୨୦୨୫କୁ ସ୍ୱାଗତ କରିବା ପରିପ୍ରେକ୍ଷୀରେ ସ୍ଥାନୀୟ କୋଶଳି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ପକ୍ଷରୁ ଏକ ସାରସ୍ୱତ ସଭା ସ୍ଥାନୀୟ ଆଦିବାସୀ ଭବନରେ ଆୟୋଜିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର, ବରିଷ୍ଠ ଲେଖକ ସେବକ ଚରଣ ଦାଶ, ପ୍ରଫେସର ଜୟଦେବ କର, ସମ୍ବାଦ ସାହିତ୍ୟ ଘରର ସଭାପତି ସଞ୍ଜୟ କୁମାର ଅଗସ୍ତି, ବିଶିଷ୍ଟ କୋଶଳି କବି ସୁଶାନ୍ତ ବାଗ, ସଭାପତି ଦିଲିପ କୁମାର ପସାୟତ ଓ କୋଶଳି ସାଂସ୍କୃତିକ ମହାଯୋଟର ସଭାପତି ଟିକେଲାଲ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । କୋଶଳାଞ୍ଚଳର ମୁଖ୍ୟ ଭାଷା କୋଶଳି । ଏହି ଭାଷାକୁ ପ୍ରାୟ ଦେଢ଼ କୋଟି ଲୋକ ବ୍ୟବହାର କରନ୍ତି । ଶହଶହ ଲେଖକ ସାହିତ୍ୟ ସୃଷ୍ଟି କରୁଛନ୍ତି । ତେଣୁ କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ କରିବା, ପ୍ରାଥମିକ ଶିକ୍ଷା ସ୍ତରରେ ସାମିଲ କରିବା, ସାହିତ୍ୟ ଏକାଡେମୀ ପ୍ରତିଷ୍ଠା କରିବା । କବି ଲେଖକମାନଙ୍କୁ ପୁରସ୍କୃତ କରିବା ବିଷୟ ଅପରିହାର୍ଯ୍ୟ ହୋଇପଡିଛି ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହାପରେ
ସଭାପତିଙ୍କ ପରିଚାଳନାରେ କବି ଜୟଦେବ କର, କାନ୍ତା କର, ମହେନ୍ଦ୍ର ପାଣିଗ୍ରାହୀ, ଜ୍ୟୋତି ପ୍ରକାଶ ଗଡତ୍ୟା, ମାନସ ସାହୁ, ପଞ୍ଚାନନ ତାଣ୍ଡି, ଚିତ୍ତରଞ୍ଜନ ଚାନ୍ଦ, ଘିନୁ ଆଡଯୁଆଡ, ପୂର୍ଣ୍ଣଚନ୍ଦ୍ର ସାହୁ, କ୍ଷୀରସିନ୍ଧୁ ବିଶି, ଦୁବ ହରିପାଲ, ରାଜ ନାଗ, ବୃନ୍ଦାବନ କୁମ୍ଭାର, ସୁନିଲ ଅଗସ୍ତି, ଯଶୋବନ୍ତ ସାହୁ, ନୀଳମଣି ସାହୁ, ସୁଶାନ୍ତ ବାଗ, ସେବକ ଚରଣ ଦାଶ, ଭିକାରୀ ମିଶ୍ର, ଟିକେଲାଲ ବେହେରା, ସଞ୍ଜୟ ଅଗସ୍ତି ପ୍ରମୁଖ କବିତା ପାଠ କରିଥିଲେ । ଆଦିବାସୀ କଲ୍ୟାଣ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.