oom

ତୁରେକେଲାରେ ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ସ୍ଥିତ ଉଚ୍ଚ ବିଦ୍ୟାଳୟର ଖେଳପଡିଆଠାରେ ଧୃବଚରଣ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ଫୁଟବଲ ଖେଳାଳି ଚୟନ କରାଯାଇଥିଲା । ଏହି ଚୟନ ପ୍ରକ୍ରିଆରେ ଅତିଥି ଭାବରେ ତୁରେକେଲା ପଞ୍ଚାୟତର ସରପଞ୍ଚ ଜଳନ୍ଧର ମହାକୁଡ, ସମିତିସଭ୍ୟ ପ୍ରମୋଦ ମହାପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ରକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଯୋଗ ଦେଇଥିଲେ ।ଅତିଥି ମାନଙ୍କ ଦ୍ୱାରା ଉଦ୍‌ଘାଟନୀ ହେବା ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯୦ଜଣ ଛାତ୍ର ମାନଙ୍କ ମଧ୍ୟରେ ଫୁଟବଲ ଖେଳ ହୋଇଥିଲା ।ଖେଳ ଶିକ୍ଷକ ରାଜେନ୍ଦ୍ର ସେଠ, କିଶୋର ଧରୁଆ, ଉପେନ୍ଦ୍ର ଚନ୍ଦନ, ଉମାଶଙ୍କର ଖମାରୀ ଖେଳ ଖେଳାଇ ଥିବା ବେଳେ ଚୟନ କମିଟି ପନ୍ଦର ଜଣ ଖେଳାଳିଙ୍କୁ ଜିଲ୍ଲା ସ୍ତରକୁ ଚୟନ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ସମ୍ପାଦକ ଦିଲ୍ଲୀପ ଧରୁଆ, କୃଷ୍ଣଚନ୍ଦ୍ର ବାରିକ, ଅମିତ ପାଣିଗ୍ରାହୀ, ମନୋଜ ମହାପାତ୍ର, ଶଙ୍କର ନାଗ, ରାଜେଶ କୁମାର ସିଂଦେଓ, ମନୋଜ ବଗର୍ତ୍ତୀ ଆଦି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.