jsm

ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ସିଜିମାଳୀ ଖଣି ଅଞ୍ଚଳବାସୀ

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ଗ୍ରାମ ପ୍ରତିନିଧିମାନେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କେରପାଇ, ତଳ ଆମ୍ବପଦର, ନାକରୁଣ୍ଡି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୩ ଖଣ୍ଡ ଗାଁ ମହାଜଲ, କେରପାଇ, ତାରଡେଇ, ସର୍ଗିପଦର, ଚୂଳବାଡ଼ି, ଉପର ଆମପଦର, ତଲ ଆମପଦର, ତିଜିମାଳି, ନାକରୁଣ୍ଡି, ଆମ ଝୋଲା, ମେଲଘରା ଆଦି ଗ୍ରାମର ଖଣି ଖନନ ପାଇଁ ପ୍ରଭାବିତ ଅଞ୍ଚଳର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । କିଛି ଅସାଧୁ ବ୍ୟକ୍ତି ଶିଳ୍ପ ନୀତିକୁ ବିରୋଧ କରୁଥିବାରୁ ସେଭଳି କାର୍ଯ୍ୟକୁ ସେମାନେ ଦୃଢ଼ ନିନ୍ଦା କରୁଥିବା ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସହ ସିଜିମାଳି ଖଣି ଖନନ ହେଲେ ଏବଂ ବକ୍ସାଇଟ ଉତ୍ତୋଳନ ହେଲେ ସ୍ଥାନୀୟ ଅଂଚଳର ବିକାଶ ସହିତ ଆଦିବାସୀଙ୍କ ଉନ୍ନତି ହୋଇପାରିବ ବୋଲି ସେମାନେ ମତ ପ୍ରକାଶ କରିଥିବା ଜଣାଯାଇଛି । ବିର ରାମ ନାଏକ, ଅଜିତ ନାଏକ, ସଂଜୀବ ମାଝୀ, ସାନ ମାଝୀ, ରାମଚନ୍ଦ୍ର ମାଝୀ, ସୋନୁ ମାଝୀ, ସାଧୁରାମ ନାଏକ ପ୍ରମୁଖ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରତିନିଧି ଭାବେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.