pakka

ବିଜେଡ଼ିରେ ମିଶିଲେ ଗଣ୍ଡ ସମାଜର ୪୩ ଜଣରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲିର ଭୋଇପାଲି, ସାରସପିଟା, ଢୁଳୁସର ଗ୍ରାମର ଗଣ୍ଡ ସମାଜର ୪୩ ଜଣରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ନିରଞ୍ଜନ ଧରୁଆ, ଗଣ୍ଡ ସମାଜ ଚୁଡ଼ାପାଲି ସର୍କଲ ଓ ବିଜେଡିର ବରିଷ୍ଠ ନେତା କୁଳମଣି ମେହେରଙ୍କ ନେତୃତ୍ୱରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବିକାଶ କାର୍ଯ୍ୟକୁ ଦେଖି ସମସ୍ତେ ବିଜେଡ଼ିରେ ମିଶିଛନ୍ତି । ସମସ୍ତେ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶର କାମକୁ ଦେଖି ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାବାସୀଙ୍କୁ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ଆଜି ବିଜେଡ଼ିରେ ମିଶିଛନ୍ତି । ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.

2 × 3 =