jsm

ପୋଷଣ ଖାଦ୍ୟ କର୍ମଶାଳା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ସାଇଟ୍‌ ନର୍ସିଂ କଲେଜରେ ପୋଷଣ ଖାଦ୍ୟ(ପ୍ରୋଟିନ୍‌ ଫୁଡ୍‌)କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବି.ଏସ୍‌.ସି. ନର୍ସିଂ ଦ୍ୱିତୀୟ ବର୍ଷର ୪୦ ଜଣ ଛାତ୍ରୀଛାତ୍ର ପୋଷଣ ଖାଦ୍ୟ ପ୍ରସ୍ତୁତ କରି କେଉଁ ରୋଗୀ ପାଇଁ କି କି ଖାଦ୍ୟ ଦରକାର, କେଉଁ ଖାଦ୍ୟରେ କେତେ ମାତ୍ରାରେ ପ୍ରୋଟିନ୍‌ ଅଛି, କ’ଣ ପାଇଁ ଲୋକ ମୋଟା ହୋଇଯାଉଛନ୍ତି ଇତ୍ୟାଦି ବିଷୟରେ ଲୋକଙ୍କୁ ବୁଝାଇ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ କର୍ମଶାଳା ଉଦ୍‌ଘାଟନ କରିଥିବା ବେଳେ ଲୋପାମୁଦ୍ରା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅଧ୍ୟାପକ, ଅଧ୍ୟାପିକା ଅମିୟ ଯୋଷୀ, ଅଶୋକ ପଧାନ, ପ୍ରିୟବ୍ରତ ଖଟୁଆ, ରେସମା ସା, ଜତିନ ରଣା, ଇନ୍ଦ୍ରାଣୀ ବାଗ, ସୁଶ୍ମିତା ସୁନା, ହିତିକା ମହାନ୍ତି, ସୌମ୍ୟରଞ୍ଜନ ନାଗ, ଅନିକେତ ପ୍ରଧାନ, ଦେବାଶିଷ ନାଏକ, କୁସୁମ ମଞ୍ଜରୀ ନାଗ, ପ୍ରଜ୍ଞାପରିମିତା ପରିଡା, ଜେନିଫା ନାୟକ, ଅନୁପମା ବାଗ, ଶରତ ପଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କମରୁନ ନିଶା ଧନ୍ୟବାଦ ଦେଇଥିଲେ ।

yuvodaya
Leave A Reply

Your email address will not be published.