centurian jitm

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ ଛେଣ୍ଡର ବାର୍ଷିକ ସାଧାରଣ ସଭା ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ସଂଘର ବିଦାୟୀ ସଭାପତି ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଶ୍ରୀ ସାହୁ ସମସ୍ତଙ୍କୁ ସ୍ଵାଗତ କରି କହିଲେ ଯେ ସଂଘ ସମସ୍ତ ଘାତ ପ୍ରତିଘାତ ସତ୍ତ୍ୱେ ରାଉରକେଲାର ଏକ ବିଶିଷ୍ଟ ଅନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇପାରିଛି । ସଂଘର ସାଧାରଣ ସମ୍ପାଦକ, ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ହରିହର ନାୟକ, ୨୦୨୪-୨୫ ମସିହାର ଆୟ ଓ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ତାପରେ ବିଜ୍ଞ ସଦସ୍ୟମାନେ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ନିଜର ସୁଚିନ୍ତିତ ମତାମତ ରଖିଥିଲେ । କାର୍ଯ୍ୟକ୍ରମକୁ ଉପ ସଭାପତି ସୁବାଷ ମହାପାତ୍ର ସଂଯୋଜନା କରିଥିଲେ । ଶେଷରେ ଡା. ଗୋକୁଳାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ଓ ନାରାୟଣ ଚନ୍ଦ୍ର ଜେନାଙ୍କ ସହାୟତାରେ, ୨୦୨୫- ୨୭ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ନିମ୍ନଲିଖିତ କର୍ମକର୍ତ୍ତା ବୃନ୍ଦଙ୍କୁ ଚୟନ କରାଯାଇଥିଲା । ସଭାପତି-ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଉପସଭାପତି-ଡ. ଶକ୍ତି ପ୍ରସାଦ ସାମନ୍ତରାୟ ଏବଂ ସୁବାଷ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ-ହରିହର ନାୟକ, ଯୁଗ୍ମ ସମ୍ପାଦକ-ରବିନାରାୟଣ ସିଂହ, କ୍ଷେତ୍ରୀୟ ସମ୍ପାଦକ-କୈଳାଶ ଚନ୍ଦ୍ର ସାମଲ, ତ୍ରିଲୋଚନ ମିଶ୍ର ଏବଂ ହରିଶ୍ଚନ୍ଦ୍ର ଭୂମିଜ, କୋଷାଧ୍ୟକ୍ଷ-ଗୋପାଳ ପ୍ରସାଦ ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ-ଧୃବ ଚରଣ ନାୟକ, ହରିହର ଶତପଥୀ, ମୃତ୍ୟୁଞ୍ଜୟ ବାରିକ, ଅଞ୍ଜଳି ହୋତା, ପ୍ରକାଶ କୁମାର ମହାନ୍ତି ଏବଂ ରମେଶ ଚନ୍ଦ୍ର ସିଂହ । ନବଘନ ସାହୁଙ୍କୁ ସଂଘର ପୃଷ୍ଠପୋଷକ ଭାବେ ମନୋନୀତ କରାଗଲା । ଶେଷରେ ନୂତନ କୋଷାଧ୍ୟକ୍ଷ ଗୋପାଳ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.