ls

ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

2020

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ୧୭୦ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କର ମୁଖ୍ୟ ଦାବୀ ଥିଲା ସେମାନଙ୍କୁ ପୁନଃ ନିଯୁକ୍ତି କରିବା ସହ ପ୍ରତି ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରିବା । ଗତ ୨୦୧୪ ମସିହାରୁ ୨୦୧୯ ଏହି ପାଞ୍ଚ ବର୍ଷ ସରକାରୀ ବିଦ୍ୟାଳୟରେ କାର୍ଯ୍ୟ କଲାପରେ ଓଡ଼ିଶାର ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଛନ୍ତି ସରକାର । ଏବେ ବେସାହାରା କମ୍ପ୍ୟୁଟର ଶିକ୍ଷକଙ୍କ ପରିବାର । ସରକାର ବାରମ୍ବାର ପୁନଃ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । ଯାହା ପାଳରେ କୋଟି କୋଟି ଟଙ୍କାର କମ୍ପ୍ୟୁଟର ବିଦ୍ୟାଳୟରେ ଖତ ଖାଉଥିବା ବେଳେ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ତେଣୁ ସଙ୍ଘ ସରକାରଙ୍କୁ ବିନତି କରିଛି ଯେ, ଯଥାଶୀଘ୍ର କୋମ୍ପୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି କରନ୍ତୁ । ନଚେତ ଆଗାମୀ ଦିନରେ ଆହୁରି ଭୟାବହ ହେବ ଆନ୍ଦୋଳନ ବୋଲି ପୁରୀ ଜିଲ୍ଲା ସଭାପତି କ୍ଷିତିଷକାନ୍ତ ସାହୁ କହିଛନ୍ତି ।

Leave A Reply

Your email address will not be published.