ଡେଲାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାଷା ସାହିତ୍ୟ ସୃଜନଶୀଳତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଓ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ସାହିତ୍ୟ ସୃଜନ ଶୀଳତା ଓ ପୁସ୍ତକ, ହସ୍ତଶିଳ୍ପ ପ୍ରଦର୍ଶନ, ଗଳ୍ପ କଥନ, କବିତା ପାଠ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ, ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଏବିଇଓ ଶ୍ୟାମସୁନ୍ଦର ଦାସ, ସମ୍ମାନିତ ଅତିଥି ସରପଞ୍ଚ ଦୀପକ କୁମାର ସାହୁ, ବିଶିଷ୍ଟ କଳାକାର ଅଧର ଚନ୍ଦ୍ର ତ୍ରିପାଠୀ, ହାସ୍ୟ କବି ଶ୍ରୀମାନ ଗବା, ପ୍ରାକ୍ତନ ଛାତ୍ରୀ ବିଶ୍ବଜନମା ସେଠୀ ପ୍ରମୁଖ ଯୋଗଦେଇ ଶିକ୍ଷଣୀୟ ଗଳ୍ପ, କବିତାର ଓ ଆମ ଗରିମାମୟ ସାହିତ୍ୟର ଉଦାହରଣ ଦେଇ ଆମ ସାହିତ୍ୟ, ସଂସ୍କୃତି ଓ ଭାଷାକୁ ନ ଭୁଲିବାକୁ କହି ପିଲାମାନଙ୍କୁ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ । ସଭ୍ୟ ଜିତେନ୍ଦ୍ର ସେଠୀ, ଦିଲ୍ଲୀପ ସାମନ୍ତରାୟ, ଦୁର୍ଯ୍ୟୋଧନ ସାମନ୍ତରାୟ, ସଭାପତି ପ୍ରମୋଦ କୁମାର ସେଠୀ, ପ୍ରମୋଦ ମଲ୍ଲିକ, ଗୀତାରାଣୀ ନାୟକ, ଅପସରି ବିବି କମିଟି ସଭ୍ୟ ସଭ୍ୟା ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଶିକ୍ଷକ ସୋମନାଥ ବେହେରା, ମାନସ ସ୍ୱାଇଁ ପାପଲିନ୍ ପ୍ରଧାନ, ସତ୍ୟଭାମା ବେହେରା, ପ୍ରିୟତ୍ତମା ସାହୁ ଓ ଅଭିଭାବକ, ପୂରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ । କୃତି ପିଲାମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ନିର୍ଦ୍ଧାରିତ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଛାତ୍ରୀ ପ୍ରଜ୍ଞା ପ୍ରଣମିତା ସାହୁ, ସ୍ବୟଂଶ୍ରୀୟା ପ୍ରିୟଦର୍ଶିନୀ, ଶୁଭାସୁ ସାହୁ, ରାଜଦୀପ ସେଠୀ, ଆତ୍ମଜିତ୍ ବେହେରା, ଖୁସି ବାରିକ, ସିମ୍ରନ ଆସିନ୍, ପ୍ରାଚୀ ପ୍ରିୟଦର୍ଶିନୀ ସେଠୀଙ୍କ ସହ ଅନ୍ୟମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

four × 1 =

error: Content is protected !!