csstore

କପିଲାଭଟାରେ ଷୋହଲ ପ୍ରହରୀ ନାମଯଜ୍ଞ : ନୂତନ ପରିଚାଳନା କମିଟୀ ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛ ପଡାରେ ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଷୋହଲ ପ୍ରହରୀ ନାମଯଜ୍ଞ ପାଇଁ ନୂତନ ପରିଚାଳନା କମିଟୀ ୨୦୨୫ ଗଠିତ ହୋଇଯାଇଛି । ଏଥିରେ ଭୂରିଶ୍ରବା ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଜୟନ୍ତିଲାଲ ହଂସ, ଉପସଭାପତି ଯୋଗିଚନ୍ଦ୍ର ବିଶ, କର୍ଣ୍ଣ ହଂସ,ସମ୍ପାଦକ ଜିତାମିତ୍ର ବିଶ.ସହ ସମ୍ପାଦକ ଯୋଗିନ୍ଦ୍ର ହଂସ, ସୁରେଶ ହଂସ, କୋଷାଧ୍ୟକ୍ଷ ଜିତେନ୍ଦ୍ର ହଂସ, ଉପ କୋଷାଧ୍ୟକ୍ଷ ସୁନିଲ କୁମାର ହଂସ, ରୋଶନ ବିଶି ପ୍ରମୁଖ ମନୋନୀତ ହୋଇଥିଲେ । କର୍ତ୍ତା ନିଳମଣୀ ବିଶି ଓ ତାଙ୍କ ସହଧର୍ମିଣୀ ଶୁଶିଲା ବିଶିଙ୍କୁ କରାଯାଇଛି । ଏହି ବୈଠକରେ ପୂର୍ବ ସଭାପତି ଲୋକନାଥ ହଂସ, ପୂର୍ବ ସହ ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବ କୋଷାଧ୍ୟକ୍ଷ ନରଫଲ ହଂସ, ଉପ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ବିଶିଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମତ ରଖିଥିଲେ । ଆସନ୍ତା ୧୦ ମଇ ୨୦୨୫ରେ ଅଧିବାସ ଥିବା ବେଳେ ୧୩ ମଇ ୨୦୨୫ ଦିନ ପୂର୍ଣ୍ଣାହୂତୀ ହେବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ମିଳିଛି । ପ୍ରସିଦ୍ଧ ନାମଯଜ୍ଞ ଗାୟିକା ରଞ୍ଜିତା ହଂସ ତାଙ୍କ ଦଳ ସହ ଯୋଗଦେବେ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.