ବଙ୍ଗୋମୁଣ୍ଡାରେ ଶ୍ରୀମଦ୍‌ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ

  • ଆଜିଠାରୁ ସପ୍ତାହ ବ୍ୟାପି ଚାଲିବ ଭାଗବତ କଥା

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଭାଗବତ ସପ୍ତାହ କମିଟି ବଙ୍ଗୋମୁଣ୍ଡା ସହଯୋଗରେ ବଙ୍ଗୋମୁଣ୍ଡାଠାରେ ଆରମ୍ଭ ହେବାକୁ ଥିବା ଶ୍ରୀମଦ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ବର୍ଷା ସତ୍ୱେ ଭାଗବତ ପ୍ରେମୀ ମାନେ ବିରାଟ କଳସ ଶୋଭାଯାତ୍ରା କରି ସ୍ଥାନୀୟ ଅଗ୍ରେସନ ଭବନଠାରେ ପହଁଚି ଥିଲେ । ପୂଜ୍ୟ ସଦ୍‌ଗୁରୁ ଶ୍ରୀକ୍ରିଷ୍ଣା ଭୈୟାଜିଙ୍କ ମାର୍ଗଦର୍ଶନରେ ବୃନ୍ଦାବନ ଧାମ୍‌ରୁ ଆସିଥିବା କଥାବ୍ୟାସ ସ୍ୱାମୀ ବିଶୁଦ୍ଧାନନ୍ଦ ମହାରାଜ ଶାସ୍ତ୍ରିଜୀ ଭାଗବତ କଥା ପ୍ରବଚନ ଶୁଣାଇବେ । ସମ୍ମାନୀୟ ବୃନ୍ଦାବନର ମହାମଣ୍ଡେଲଶ୍ଵର ଲିଲିତ ମହାରାଜ ଉପସ୍ଥିତ ରହିଥିଲେ । ଏହି ଭାଗବତ କଥା ଆଜିଠାରୁ ସପ୍ତାହେ ବ୍ୟାପି ଚାଳିବ ।

Leave A Reply

Your email address will not be published.

twenty + 18 =