om academy

ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା : ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା

jsm

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଣଭୋଜି ସାରି ଫେରୁଥିବା ବେଳେ ଜଗିଥିଲା କାଳମୁହାଁ ଦୁର୍ଘଟଣା । ୩ ଜଣଙ୍କ ଜୀବନ ନେଲା, ୫ ଜଣଙ୍କୁ ଘାଇଲା କଲା । ସୂଚନା ଅନୁସାରେ ଆଜି ଭୋର୍‌ରୁ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳର ଆଠଜଣ ସାଙ୍ଗ ବଣଭୋଜି ସାରି ବୋଲେରୋ ଗାଡ଼ି ନଂ ଓଡ଼ି୦୩ ଜି ୫୪୪୯ରେ ଫେରୁଥିବା ବେଳେ ରଣ୍ଡା ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇ ଥିବା ବେଳେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍‌ନ୍ସ ଯୋଗେ ଭୀମଭୋଇ ମେଡିକାଲରେ ଚିକିତ୍ସା ପାଇଁ ଅଣା ଯାଇଥିଲା । ସେଠାରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା ଅନ୍ୟ ୫ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ଭିତରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ମୃତ ଯୁବକ ମାନେ ହେଲେ ବିଡ଼ିଘାଟର ଭଗବାନ ନାଗ, ଚାଣ୍ଡିମୁଣ୍ଡାର ଅଭିଷେକ ଭୁଏ ଏବଂ ଚିକଲବାହାଲର ଘନଶ୍ୟାମ ହାତୀ ବୋଲି ଜଣାପଡିଛି । ଘନ କୁହୁଡ଼ି ପାଇଁ ରାସ୍ତାଘାଟ ଦେଖାଯାଉ ନଥିବା ଯୋଗୁଁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.