ତ୍ରିଦିବସୀୟ କଳାକାର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନଟରାଜ କଳା ପରିଷଦ ବଲାଙ୍ଗିର ଆନୁକୁଲ୍ୟରେ ଯାଦବ ଭବନ ପରିସରରେ ତ୍ରିଦିବସ ବ୍ୟାପି ୱିକେଣ୍ଡ ୱାର୍କସପ୍‌ ଅନ୍‌ ଫିଲ୍ମ ମେକିଙ୍ଗ ଏଣ୍ଡ ଅନ୍‌ ସ୍କ୍ରିନ ଏକ୍ଟଟିଂ ବିଷୟରେ ବିଶିଷ୍ଟ ଏଡ୍‌ ଫିଲ୍ମ ମେକର ଶ୍ରୀହରସା ପୁରୋହିତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚବଟୀର ନିର୍ଦ୍ଦେଶକ ଲିଟୁ ମହନ୍ତି ଯୋଗଦାନ କରି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଅଦ୍ୟ ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅର୍କେଶ ନାରାୟଣ ସିଂହଦେଓ ବିଶିଷ୍ଟ ଅଭିନେତା ରାମ ପ୍ରସାଦ ଦାସ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ, ନିର୍ଦ୍ଦେଶକ ଶ୍ରୀହର୍ଷ ପୁରୋହିତ, ନିର୍ଦ୍ଦେଶକ ଲିଟୁ ମହାନ୍ତି ଯୋଗଦାନ କରି ଶିକ୍ଷାର୍ଥୀମାନଙ୍କୁ ଫିଲ୍ମ ନିର୍ମାଣ ଓ ନିର୍ଦ୍ଦେଶନା ବିଷୟରେ ମତ ରଖିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଶିକ୍ଷାର୍ଥୀ ଭାବରେ ଲଳିତ, ଜ୍ୟୋତିରଞ୍ଜନ, ସଙ୍ଗୀତା, ଶୈଳେନ୍ଦ୍ରି, ଯୋଗେଶ, ଲମ୍ବୋଦର, ଶ୍ରୀନିବାସ, ମନୋରଞ୍ଜନ, ରାଜ କିଶୋର, ଦେବାଶିଷ, ରୀମା, ଐଶ୍ୱର୍ଯ୍ୟା, ଶ୍ରୀରାଧା, ପଙ୍କଜିନି, ପ୍ୟାରି, ଲକ୍ଷ୍ମଣ, ବଳରାମ, ନିୟେଜିତା ଓ ସଂଘମିତ୍ର ଯୋଗ ଦାନ କରି ଥିଲେ । କିଶୋର ଜାଲଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ଉକ୍ତ ପ୍ରଶିକ୍ଷଣ ଶିବିରଟି ସଫଳ ହୋଇଥିଲା ।

Leave A Reply

Your email address will not be published.