jsm

କଣ୍ଟାବାଞ୍ଜିରେ କଣ୍ଟାଫୁଲ କାର୍ଯ୍ୟକ୍ରମ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଶିଶୁ ଦିବସ ଅବସରରେ କଣ୍ଟାଫୁଲ ଉତ୍ସବ ଓ ନିଆରା ସଂପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ସିଗନାଲ ପଡାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳର ଉପଧ୍ୟକ୍ଷା ମନୋରମା ରାଉତ, ମୁଖ୍ୟ ଅତିଥି, ଅଧିବକ୍ତା ବିଷ୍ଣୁ ପ୍ରସାଦ ଶର୍ମା, ମୁଖ୍ୟ ବକ୍ତା, ଜ୍ୟୋତ୍ସ୍ନା ରାଣୀ ବାଗ, ହେରାମ ବାଗ, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ଜବାହାରଲାଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । କୁନି କୁନି ପିଲାମାନଙ୍କ ମଧ୍ୟରେ ପୁଚି, ନୃତ୍ୟ, ବେଲୁନ ଫୁଙ୍କା, ଅଭିନୟ ଆଦି କରାଯାଇ ପୁରସ୍କୃତ କରାଯାଇଥିଲା । ସ୍ୱ।ଗତ ଭାଷଣ ସହ ସମ୍ପାଦିକା ଅଞ୍ଜଳି ମାଝୀ ଓ ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଥମିର ଛତ୍ରିଆ, ନରେନ୍ଦ୍ର ସୁନା, ସବିତା ରଣା ସହ ଅନ୍ୟମାନେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.