oom

ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ଓ ସକ୍ରିୟ ବିଜେଡି କର୍ମୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟଙ୍କ ବିଜେପିରେ ଯୋଗଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼. କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ତଥା ପୂର୍ବତନ କଂଗ୍ରେସ ସାଂସଦ ଇଂ.ସଞ୍ଜୟ ଭୋଇ ଏବଂ ପୂର୍ବତନ ମନ୍ତ୍ରୀ ଡ଼. ମୁରାରୀ ମିଶ୍ରଙ୍କ କନ୍ୟା ତଥା ସକ୍ରିୟ ବିଜେଡି କର୍ମୀ ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର ଦ୍ୱୟ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଲେ । ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ହୋଇଥିବା ଯୋଗଦାନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଦୁହିଁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳରେ ମିଶାଇଥିଲେ । ବରଗଡ ସାଂସଦ ସୁରେଶ ପୂଜାରୀ ତାଙ୍କର ସ୍ୱାଗତ ବାର୍ତ୍ତାରେ ଦୁହିଁଙ୍କ ସବିଶେଷ ପରିଚୟ ପ୍ରଦାନ ସହିତ ଅଞ୍ଚଳବାସୀଙ୍କ ପ୍ରତି ଡ. କୃପାସିନ୍ଧୁ ଭୋଇ ଓ ଡ.ମୁରାରୀ ମିଶ୍ରଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ପରେ ଉଭୟ ଯୋଗଦାନକାରୀ ନିଜ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର କାର୍ଯ୍ୟଶୈଳୀ ଓ ଜନ ମଙ୍ଗଳକାରୀ ଯୋଜନାରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଛନ୍ତି । ଆଜିର ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.