csstore

ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଚାନକ ବିଜେପୁର ଗସ୍ତ : ବିଭିନ୍ନ ଉଚ୍ଚ ବିଦ୍ୟାଳୟ କଲେ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକକୁ ଅଚାନକ ଗସ୍ତ କରି ବିଜେପୁର ବ୍ଲକ ଅଞ୍ଚଳରେ ମୋ ସ୍କୁଲ ଯୋଜନା ତଥା ରାଜ୍ୟ ସରକାର ପ୍ରଦାନ କରିଥିବା ଅର୍ଥ ବିନିଯୋଗରେ ନିର୍ମାଣ ଏବଂ ମୋଡିଟାଇସନ ଚାଲିଥିବା ବିଭିନ୍ନ ବିଦ୍ୟାଳୟମାନ ପରିଦର୍ଶନ କରିଥିଲେ । ନିର୍ଦ୍ଧାରିତ ସମୟରେ ନିର୍ମାଣ କାମ ଶେଷ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ବିଜେପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜାରିଂ ଉଚ୍ଚ ବିଦ୍ୟାଳୟ, ଖରମୁଣ୍ଡା ବାପୁଜୀ ଉଚ୍ଚ ବିଦ୍ୟାଳୟ, ପଥର୍ଲ୍ଲା ଉଚ୍ଚ ବିଦ୍ୟାଳୟ ଏବଂ ଯୋଖିପାଲି ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ନିର୍ମାଣ କାମର ତଦାରଖ କରିବା ସହ ମୋଡେଲ କ୍ଲାସ ରୁମ ଏବଂ ବିଜ୍ଞାନ କ୍ଲାସ ରୁମର ମୋଡିଟାଇସନ କାଯ୍ୟ ତଦାରଖ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତରେ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତ ରାୟ, ସହକାରୀ ଯନ୍ତ୍ରୀ ସତ୍ୟଜିତ ଦାଶ, ଯନ୍ତ୍ରୀ ହଂସିତା ପଧାନ ପ୍ରମୁଖ ସାମିଲ ହୋଇ ନିର୍ମାଣାଧିନ କାମକୁ ତଦାରଖ କରିଥିବା ବେଳେ ଜାରିଂ, ଖରମୁଣ୍ଡା ଓ ପଥର୍ଲ୍ଲାରେ ଚାଲିଥିବା କାମକୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ ମନୀଷା ବାନାର୍ଜୀ ।

jayashree
Leave A Reply

Your email address will not be published.