jayashree

ଡୁମେରପିଟା ପଞ୍ଚାୟତରେ ଜୀବନବୀମା ଭୁକ୍ତ କାର୍ଯ୍ୟକ୍ରମ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତ ସୁବିଧା ପାଇଁ ଲକ୍ଷ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ନେଇ ବୀମାଭୁକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମା’ମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବୀମାଭୁକ୍ତ କରାଯିବ । ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ଏହି ଅଭିଯାନରେ ପଞ୍ଚାୟତର ୬ ଶହ ୪୧ ସଦସ୍ୟଙ୍କୁ ଏହି ସୁବିଧାରେ ଅନ୍ତର୍ଭୁକ୍ତ କରାଯିବ । ଏହା ପାଇଁ ସମସ୍ତ ଗାଁରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ଏଥିରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ ୨ଲକ୍ଷ ଟଙ୍କା ଲେଖାଏଁ ଜୀବନ ବୀମା ବ୍ୟବସ୍ଥା ରହିଛି । ମହିଳାମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ସହିତ ସେମାନେ କିଭଳି ଭାବେ ଆର୍ଥିକ ଅନ୍ତର୍ଭୁକ୍ତ ସୁବିଧା ପାଇପାରିବେ ତାକୁ ଗୁରୁତ୍ଵ ଦିଆଯାଇଛି । ପଞ୍ଚାୟତ ମହାସଂଘର ଦକ୍ଷ ନଥିପତ୍ର ଲେଖିକା ସୁଶ୍ରୀ ଡୁଲେଶ୍ବର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତାଙ୍କ କହିବା ଅନୁସାରେ ଆଗାମୀ ୨ମାସ ମଧ୍ୟରେ ପଞ୍ଚାୟତର ସମସ୍ତ ସଦସ୍ୟାଙ୍କ ବୀମା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ମହାସଂଘର ସଭାନେତ୍ରୀ ସନ୍ତୋଷିନୀ ଦାସ ଓ ସମ୍ପାଦିକା ଭାଗ୍ୟବତୀ ମେହେର ସହ ସିଆରପିସିଏମ୍ ଶ୍ରୀମତୀ ଜୟନ୍ତୀ ପଟେଲ, ନମିତା ଜଗଦଲା, ଅନୁସୟା ସୁନା, ଚଞ୍ଚଳା ବରିହା, ରିଙ୍କି ଗଡତ୍ୟା, ପୁଷ୍ପାଞ୍ଜଳି କୁମାର, ରଶ୍ମିତା ଉଦୁରୁକୁଲିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

Leave A Reply

Your email address will not be published.