jsm

‘ଝରନ’ ସିନେମାର ପ୍ରଜୋଜକ ଡ. ଶ୍ରୀକର ମିଶ୍ରଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମ୍ବର୍ଦ୍ଧନା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣେଶ୍ୱରୀ ଆର୍ଟ ଏଣ୍ଡ୍‌ କଲ୍‌ଚରାଲ ଟ୍ରଷ୍ଟ ବଲାଙ୍ଗିର ଦ୍ୱାରା ପ୍ରୟୋଜିତ କୋଶଳି ଭାଷା ସିନେମା ‘ଝରନ’ ରାଜ୍ୟ ଚଳଚିତ୍ର ପୁରସ୍କାର ୨୦୧୯ ଶ୍ରେଷ୍ଠ ପ୍ରାନ୍ତିୟ ଭାଷା ଚଳଚିତ୍ର ପୁରସ୍କାର ପାଇଥିବା ହେତୁ ଏହାର ପ୍ରଜୋଜକ ଡ. ଶ୍ରୀକର ମିଶ୍ରଙ୍କୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ନଟରାଜ କଳାପରିଷଦ ଦ୍ୱାରା ଆୟୋଜିତ ତଥା ବଲାଙ୍ଗିରବାସୀ ତରଫରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ କଳାକାର ଚିତ୍ତରଂଜନ ଦାସ ସଭାପତିତ୍ୱ କରିଥିଲେ ଏବଂ ଦତ୍ତାନନ୍ଦ ପଣ୍ଡା, ସିନେମା ଲେଖକ ପ୍ରସାନ୍ତ ଖମାରୀ, କଳାକାର ଧିରାଜ ବେଚ୍‌ ମଂଚାସୀନ ହୋଇଥିଲେ । ସଭାକାର୍ଯ୍ୟରେ ଡ. ମିଶ୍ରଙ୍କୁ ବିଭିନ୍ନ ଅନୁଷ୍ଠାନ ଯଥା ନଟରାଜ କଳା ପରିଷଦ, ଭୂମିକା, ସାକମ୍ବରି ଆର୍ଟ, ଡ୍ରାମା ଚେତନା ସୋହେଲା, ଜିଲ୍ଲା କଳାକାର ସଂଘ ବଲାଙ୍ଗିର, ରାମଜୀ ଅନୁଷ୍ଠାନ ସଦାଇପାଲି, ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗିର, ବିଙ୍ଗ୍‌ ହ୍ୟୁମେନ ଫାଉଣ୍ଡେସନ, ଚନ୍ଦନଭାଟି ବଘଲା ଗ୍ରାମବାସୀ, ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ସଂଗଠନ, ବ୍ରିସ୍କା, କୋଶଳ ଫୋକ ଏକାଡେମୀ, ବିଷ୍ଣୁପ୍ରିୟା କଲ୍‌ଚରାଲ ଏକାଡେମୀ ଓ ଅନେକ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏଥିରେ ବଲାଙ୍ଗିରର ଅନେକ ବୁଦ୍ଧିଜୀବୀ, କଲାକାର, କ୍ରୀଡାବିତ ଓ ସଂଗଠକ ଉପସ୍ଥିତ ରହି ଡ. ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡ. ମିଶ୍ର ତାଙ୍କର ଅଭିଭାଷଣର ‘ଝରନ’ ସିନେମାରେ କାର୍ଯ୍ୟ କରିଥିବା ଲେଖକ, ନିର୍ଦ୍ଦେଶକ, କଳାକାର, ସଂଗିତଜ୍ଞ, ଗୀତିକାର ଓ ସମସ୍ତ ଟେକ୍ନିସିଏନମାନଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ କୋଶଳ ଭାଷାରେ ଆଉଏକ ଚଳଚିତ୍ର ନିର୍ମାଣ କରିବା ପାଇଁ ଘୋଷଣା କରିବା ସଙ୍ଗେ ସଙ୍ଗେ ଭାବ ବିଭୋର ହୋଇ ଏହି ସମ୍ବର୍ଦ୍ଧନା ମୋ ପାଇଁ ନୁହେଁ, ବଲାଙ୍ଗିରବାସୀଙ୍କ ପାଇଁ ବୋଲିି ମତବ୍ୟକ୍ତ କରିଥିଲେ । ଜତିନ୍ଦ୍ର ପଟେଲ, ଦେବରାଜ ସାହୁ, ରାମ ପ୍ରସାଦ ଦାସ, ବିନୋଦ କାଲସାଏ, ସରୋଜ ମହାରଣା, ସାନ୍ତନୁ ପୁରୋହିତ, ନବଘନ ଦାସ, ଲଲିତ ପୁାଜରୀ, ପ୍ରହ୍ଳାଦ ଦର୍ଜୀ, ଉଗ୍ରସେନ ଶଡଙ୍ଗୀ, ଭାଷ୍କର ମେହେଟା ପ୍ରମୁଖ କଳାକାର ଯୋଗଦେଇ ଡ. ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ।

yuvodaya
Leave A Reply

Your email address will not be published.