jsm

ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପାଳିତ ହେବ : ଦଳିତ ସମାଜ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ତରଫରୁ ଚଳିତ ବର୍ଷ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗେଟସୋରବରପଡା ସ୍ଥିତ ଆମ୍ବେଦକର କ୍ଲବଠାରେ ଗଣ୍ଡାବଜା ପତ୍ରିକାର ସଂପାଦକ ତ୍ରିଲୋଚନ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସର୍ବସମ୍ମତି କ୍ରମେ ଚଳିତ ବର୍ଷ ଜୟନ୍ତୀ ପାଳନ ପାଇଁ କମିଟିର ସଭାପତି ଭାବେ କୁନା ବାଗଙ୍କୁ ମନୋନୀତ କରାଯାଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଭୂବନ ନାଗ ଓ ସହ କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟମଣୀ ସୁନାଙ୍କୁ ମନୋନୀତ କରାଯାଇଥିଲା । ଏହା ସହିତ ଏକ ୨୦ ଜଣିଆ କୋର କମିଟି ଗଠନ କରାଯାଇଛି । କମିଟିର ସଭ୍ୟ ଭାବରେ ବାସୁଦେବ ମୁଗ୍ରୀ, ଶମ୍ଭୁ ନାଗ, ବିଜୟ ଚନ୍ଦ୍ର ବାରିକ, ଦିନେଶ ନାଗ, ଲୋକନାଥ ସୁନା, ତ୍ରିଲୋଚନ ନନ୍ଦ, ଅର୍ଜୁନ ମୁଗ୍ରୀ, କିଶୋର କୁମ୍ଭାର, ଦେବରାଜ ମହାନନ୍ଦ, ତରଣୀସେନ ଦୀପ, ନଳିନୀ ଦୀପ, ଦ୍ରୋଣ କୁମ୍ଭାର, କଳ୍ପନା ବିହାରୀ, ଲଳିତା ଦୀପ, ରୂପାଲୀ ମହାନନ୍ଦ, ରଘୁନାଥ ମୁଗ୍ରୀ, ପବିତ୍ର ନାଗ, ଅମିନ୍ଦ୍ର ମେହେର ଓ ସୁଜିତ ଦୀପଙ୍କୁ ମନୋନୀତ କରାଯାଇଛି । ଜୟନ୍ତୀ ଦିନ ୫ ହଜାର ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରାଯିବ । ଶୋଭାଯାତ୍ରାରେ ଗଣ୍ଡାବଜା, ଆଦିବାସୀ ନୃତ୍ୟ ଡକା ଓ ଡିଜେ ସହିତ ଅନ୍ୟାନ୍ୟ ସାଂସ୍କୃତିକ ଦଳ ଭାଗ ନେବେ ବୋଲି ସୂଚନା ଦିଆଯାଇଛି । ଶୋଭାଯାତ୍ରା ସମୟରେ ସହରରେ ମିଷ୍ଠାନ ବଣ୍ଟନ କରାଯିବ ବୋଲି ବରିଷ୍ଠ ସଦସ୍ୟ ଶମ୍ଭୁ ନାଗ କହିଛନ୍ତି । ଜୟନ୍ତୀ ଅବ୍ୟବହିତ ପୂର୍ବରୁ ୫୦ଟି ଗାଁରେ ସଭା ସମିିତି କରାଯିବା ସହିତ ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦିଆଯାଇଛି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଲୁ ତାଣ୍ଡି, ରଶ୍ମିକାନ୍ତ ବାଗ, ନୀଳକଣ୍ଠ ସୁନା, ମୁନା ରାଜ, ସୁଜିତ କୁମାର ନାଗ ଓ କାର୍ତ୍ତିକେଶ୍ୱର ନାଗ ପ୍ରମୁଖ ଉପସ୍ଥତ ଥିଲେ ।

yuvodaya
Leave A Reply

Your email address will not be published.