ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଛାତ୍ର

କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ ଅଘଟଣ ଘଟିଯାଇଛି । ଛାତ୍ରାବାସ ଉପର ମହଲା ବାଲକୋନୀର ଅତି ପାଖରେ ଯାଇଥିବା ହାଇ ପାୱାର ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର ଲାଗି ଜଣେ ଛାତ୍ର ଜିଅନ୍ତା ଜଳିଯାଇଛନ୍ତି । ମୃତ ଛାତ୍ର ମହାକାଳପଡ଼ା ବ୍ଲକ ବଡକୂଳ ପଞ୍ଚାୟତ ଗୋପୀନାଥପୁର ଗାଁର କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ଓରଫ୍‌ ଚିକୁ(୧୬) । ସେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଥିଲେ । ସୂଚନା ଅନୁସାରେ ମୃତ ଛାତ୍ର କୌଣସି କାରଣରୁ ଛାତ ବାଲକୋନୀକୁ ଯାଇଥିଲେ । ସେଠାରେ ୩ରୁ ୪ ଫୁଟ୍ ଦୂରରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.