ଆଇଏଫଏସ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବରିଷ୍ଠ ଆଇଏଫ୍‌ଏସ୍ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡ଼ିଶା ଫେରିଥିବା ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍ ଅଫିସରଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଶିଶିର ରଥ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ କାର୍ୟ୍ୟ କରିବେ । ଏହାସହିତ ସେ ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ । ଓଡ଼ିଶା କ୍ୟାଡ଼ରର ଆଇଏଫଏସ୍ ଶ୍ରୀ ରଥ ଗତ ସପ୍ତାହରେ ନିଜ ଗୃହ କ୍ୟାଡ଼ରକୁ ଫେରିଯିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ଶ୍ରୀ ରଥ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରେ ଏଡିଜିଏଫ(ଏଫସି) ଭାବେ କାର୍ୟ୍ୟ କରୁଥିଲେ ।

Leave A Reply

Your email address will not be published.