csstore

ସରଧାପୁର ଗ୍ରାମରେ ହନୁମାନ ଜୟନ୍ତୀରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସରଧାପୁର ଗ୍ରାମରେ ସୋମବାର ହନୁମାନ ଜୟନ୍ତୀ ଅବସରରେ ହନୁମାନଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । କର୍ତ୍ତା ରୂପେ ଜରବନ ବଗର୍ତ୍ତି ଓ ତାଙ୍କ ପତ୍ନୀ କବିତା ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଶ୍ରୀ ହନୁମାନଙ୍କ ମୂର୍ତ୍ତି ସ୍ଥାପିତ ହୋଇଥିଲା ।ଏଥିରେ ସରଧାପୁର ଗ୍ରାମର ପୂଜକ ପିତାମ୍ବର ଦାସ ପୂଜାର୍ଚ୍ଚନା କରିଥିଲେ । ଅତିଥି ଭାବରେ ପଶ୍ଚିମ ଓଡିଶା ଯୁବା ମଞ୍ଚର ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ, ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତି, ବିଜେପି ୨୮ନଂ ମଣ୍ଡଳ ସଭାପତି ପ୍ରଦୀପ ବଛା, ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ୱାର୍ଡସଭ୍ୟ ଅଶୋକ ଭରାସାଗର ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ସୁମନ ବଗର୍ତ୍ତି, ପିତାମ୍ବର ଦାସ, ରଞ୍ଜନ ବଗର୍ତ୍ତୀ, ଜଗତରାମ ବଗର୍ତ୍ତି, ରାଜିନ ବେହେରା, ହେମନ୍ତ ପୁଟେଲ, କଉତୁକ ବାଗ୍, ହେମନ୍ତ ପାୟାସିଂ, ବିଦ୍ୟା ପାୟାସିଂ, ଗଜରାଜ ବଗର୍ତ୍ତି, ଦିନ ବେହେରା, ସଲ୍ୟ ଭରାସାଗର, ମହନ ଛୁରା, ହେମାନ ଭରାସାଗର, ସୁନାସିର ସାହୁ, ପାରେସର ଛତରଙ୍କ ସହ ସମସ୍ତ ଗ୍ରାମବାସୀ ଓ ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.