
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜୁନାନି ଗାଁରେ ଅଭାବନୀୟ । ମହୁମାଛି ଆକ୍ରମଣରେ ୪ ବରଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ ଜୁନାନି ଗାଁକୁ ଲଇଡ଼ା ଗ୍ରାମରୁ ଏକ ବରଯାତ୍ରୀ ଦଳ ଆସିଥିଲେ । ହେଲେ ଗାଁ ମୁଣ୍ଡରେ ବରଯାତ୍ରୀ ଦଳ ଅଟକି ଜଳଖିଆ ଖାଉଥିବା ସମୟରେ ବାଣ ଫୁଟାଇଥିଲେ । ଆଉ ବାଣ ଫୁଟାଇବା ଯୋଗୁ ନିକଟରେ ଥିବା ବରଗଛରେ ବସା ବାନ୍ଧି ଥିବା ମହୁମାଛି ମାନେ ହଠାତ ବରଯାତ୍ରୀ ଦଳ ଉପରେ ଆକ୍ରମଣ କରିଥିଲେ ।