ଡକାୟତି ଘଟଣାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ନୟାଗଡ ପୋଲିସ

ନୟାଗଡ : ଡକାୟତି ଘଟଣାରେ ନୟାଗଡ ଟାଉନ୍‌ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲ୍ଲିପ କୁମାର ନାୟକ ଏବଂ ଚନ୍ଦନ ନାୟକ । ସେମାନଙ୍କ ଠାରୁ ଦେଢ କେଜି ରୁପା, ବହୁ ପରିମାଣର ସୁନା ଅଳଙ୍କାର, ମୋବାଇଲ୍‌, ୫୫ ହଜାର ଟଙ୍କା ଜବତ କରିଛି । ସୂଚନା ଯୋଗ୍ୟ ଯେ, ଗତ ଦୁଇମାସ ଭିତରେ ନୟାଗଡ ସହରର ୪ଟି ସ୍ଥାନରେ ବଡ ଧରଣର ଡକାୟତି ହୋଇଥିଲା । ଘରେ କେହି ନଥିବା ସମୟରେ ଦୁର୍ବୃତ୍ତମାନେ ଘରେ ପଶି ବହୁ ପରିମାଣର ଟଙ୍କା ସୁନା ଗହଣା ଆଦି ଚୋରି କରି ନେଇଥିଲେ । ସିସିଟିଭି ଫୁଟେଜ୍‌କୁ ଆଧାର କରି ନୂଆଗାଁ ଥାନା ଖୁଣ୍ଟୁବନ୍ଧ ଗାଁର ଦିଲ୍ଲିପ କୁମାର ନାୟକ ଏବଂ ଚନ୍ଦନ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ଏମାନେ ଓଡଗାଁ ଥାନା ବାହାଡାଝୋଲାରେ ଘର ଭଡା ନେଇ ରହୁଥିଲେ । ପୋଲିସ ସେମାନଙ୍କ ଠାରୁ ଦେଢ କେଜି ରୁପା, ବହୁ ପରିମାଣର ସୁନା ଅଳଙ୍କାର, ମୋବାଇଲ୍‌, ୫୫ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ଚୋରି ଜିନିଷକୁ ନେଇ ତରଳାଇ ନୂଆ ଗହଣା କରିଥିବା ପୋଲିସ କହିଛି । ନୟାଗଡର ବିଭିନ୍ନ ଚୋରିରେ ଆହୁରି କିଛି ଲୋକ ସମ୍ପୃକ୍ତ ଥିବା ଜଣାପଡିଛି ଏବଂ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଅତିରିକ୍ତ ଏସ୍‌.ପି. କହିଛି । ଏମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ଭୂବନେଶ୍ୱରର ବିଭିନ୍ନ ଥାନାରେ ୧୨ଟି ମାମଲା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.