oom

୯୫ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୧ ଗିରଫ

jsmm

ପିପିଲି : ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ସାତଶଙ୍ଖ ବଜାରରେ ଚଢ଼ାଉକରିଛି । ଚଢାଇ କରି ଟିମ୍ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୯୫ ଗ୍ରାମ ବ୍ରାଉନ ସୁଗାର ଜବତ କରି କୋର୍ଟ ଚାଲାଣ କରିଛି । ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୯,୫୦,୦୦୦ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା, ଏଏସ୍‌ଆଇ ଲୋକନାଥ ପାତ୍ର, ଷ୍ଟାଫ୍ ସବିତା ସାହୁ, ପ୍ରବୀଣ ବିରାଜ କିରୋ, ଶେଖ ୱାରିସ, ଆଶିଷ କୁମାର ପ୍ରଧାନ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ, ଜଗନ୍ନାଥ ଦାସ, ମାନସ ନାଏକ, ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.