୨୨ କୁଇଣ୍ଟାଲ ଗଞ୍ଜେଇ ଜବତ ସହ୨ ଗିରଫ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵରରୁ ୨୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଖବର ମିଳିଛି । ଏହା ସହ ୨ ଜଣଙ୍କୁ ଏସଟିଏଫ୍ ଗିରଫ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ଏକ ହାଇୱା ଗାଡିର ସିକ୍ରେଟ୍ ଚାମ୍ଵରରେ ଗଞ୍ଜେଇ ଭର୍ତ୍ତି ହୋଇ ଚୋରା ଚାଲାଣ ହେଉଥିବା ନେଇ ଏସଟିଏଫ୍‌କୁ ଖବର ମିଳିଥିଲା । ସୂଚନା ପାଇ ଏସଟିଏଫ୍ ଚଢାଉ କରିଥିଲା । ଚଢାଉ ବେଳେ ହାଇୱାର ସିକ୍ରେଟ୍ ଚାମ୍ଵରରୁ ୨୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.