ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

ଲମତାପୁଟ : ପାଡୁଆ ଏବଂ ମାଛକୁଣ୍ଡ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲଡ଼ା ଗାଁ ନିକଟରୁ ୩୦ କେ.ଜିର ଗଞ୍ଜେଇ ଜବତ ହୋଇଛି । ଏହା ସହିତ ୩ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ କାବୁ କରିଛି । ଗିରଫ ତିନି ଜଣ ମହାରାଷ୍ଟ୍ର ପୁଣେ ଅଞ୍ଚଳର ଅଭିଷେକ ଦୁବେ, ଶିବମ୍‌ ବାଦ୍ରେ, ସାଗର ବାଦ୍ରେ ବୋଲି ଜଣାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ, ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ବିଜାଗୁଡ଼ା ଗ୍ରାମ ନିକଟରେ କିଛି ଚାଷୀ ଗଞ୍ଜେଇ ଅମଳ କରି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚଢାଉ କରିଥିଲା । ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ୬ଟି ବସ୍ତାରେ ପ୍ରାୟ ୧୬୦ କେ.ଜି ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଫେରାର ଥିବା ଚାଷୀଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି ମାଛକୁଣ୍ଡ ପୋଲିସ । ବିଶାଖାପାଟଣାକୁ ହେଉଥିଲା ଚାଲାଣ ।

Leave A Reply

Your email address will not be published.