oom

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ତୃତୀୟ ଅବଦାନ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଓ ଆଖ ପାଖ ଅଞ୍ଚଳରେ କଳାକାରମାନଙ୍କୁ କଳାର ବିକାଶ ଓ କଳାର ସମ୍ମାନ ନଜର ରଖି ଗଞ୍ଜାମ କଳା ସାଂସ୍କୃତିକ ପକ୍ଷରୁ ଆଗାମୀଜାନୁୟାରୀ ୨୬ରେ ପରିବେଷଣ ହେବାକୁ ଯାଉଥିବା ସାମାଜିକ ନାଟକକୁ ନେଇ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶବର କୁମାର ତରାଇଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଉତ୍ତମ ପାରିବାରିକ ନାଟକ ଚୟନ କରିବା ସହ ଯୁବ କଳାକାରଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ନେଇ ଆଲୋଚନା ହୋଇଥିଲା । ନାଟକ କିପରି ମନୋରଞ୍ଜନ ଧର୍ମୀ ହୋଇ ଦର୍ଶକଙ୍କ ମନକୁ ଛୁଇଁ ପାରିବ, ସମାଜକୁ ସରକାରଙ୍କ ବିଭିନ୍ନ ବାର୍ତ୍ତା ଲୋକଙ୍କ ପାଖରେ ପହଂଚିବ । ତାର ରୂପରେଖ କିପରି ହୋଇପାରିବ ସେ ସମ୍ପର୍କରେ ମତ ପ୍ରକାଶ ପାଇଥିଲା । ସୁଧିର କୁମାର ପାଢ଼ୀ, ଉମାକାନ୍ତ ବେହେରା, ରାକେଶ କୁମାର ଦାସ, ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ନୀଳାଞ୍ଚଳ ବାରିକି, ନିରଞ୍ଜନ ପରିଡା, ଅକ୍ଷୟ କୁମାର ସ୍ୱାଇଁ, ବଟକୃଷ୍ଣ ରାଉଳ, ଅକ୍ଷୟ ପ୍ରଧାନ, ଅରୁଣ ରାଉଳ, ମୁଥୁନ ବାରିକି, ମନୋଜ କୁମାର ପଣ୍ଡା, ବିଷ୍ଣୁ କେଶରୀ ଦାସ, ବିଭୁ ପଣ୍ଡା, ମନୋରଞ୍ଜନ ଜେନା, ବିଭୁତି ପଲାଇ ପ୍ରମୁଖ ମଞ୍ଚ କର୍ମକର୍ତ୍ତା ଓ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.