ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗଞ୍ଜାମ ଏନଏସି ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟ ସହର ସ୍ଥିତ ଭାରାତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଆୟୋଜିତ ହୋଇଯାଇଛି । ୪ ଗୋଟି ଟିମକୁ ନେଇ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା । ଏଥିରେ ଗଞ୍ଜାମ ଏନଏସି, ଖଲ୍ଲିକୋଟ ଏନଏସି, ଗଞ୍ଜାମ ପୋଲିସ ଓ ଗଞ୍ଜାମ ପ୍ରେସ ଏକାଦଶ ଭଗନେଇଥିଲେ । ଗଞ୍ଜାମ ଏନଏସି ଓ ଗଞ୍ଜାମ ପ୍ରେସ ଏକାଦାଶ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଏନଏସି ଏକାଦାଶକୁ ହରାଇ ଗଞ୍ଜାମ ପ୍ରେସ ଏକାଦାଶ ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ଏନଏସି ଏକାଦାଶ ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା ଓ ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ ହରାଇ ୬୭ ରନ କରିଥିଲା । ଦ୍ୱିତୀୟରେ ବ୍ୟାଟିଙ୍ଗ କରି ୫ ୱିକେଟ ହରାଇ ପ୍ରେସ ଏକାଦାଶ ଶେଷ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ଚାମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚରେ ରାକେଶ ରଞ୍ଜନ ଦାସ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିବା ବେଳେ ଜଗତ ଜ୍ୟୋତି ସାମଲ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ । ପ୍ରାୟ ୧୩ ବର୍ଷ ପରେ ନିଆରା ଢଙ୍ଗରେ ସ୍ୱାୟତ୍ତ ଶାସନ ଦିବସକୁ ପାଳନ କରିବାର ନିଆରା ପ୍ରୟାସରେ ଗଞ୍ଜାମବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଆଣି ଦେଇଛି । ରାକ୍ଷୀ ପୂଣ୍ଣିମା ସହ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ସଭା ସହ ରଙ୍ଗାରଙ୍ଗ କାର୍ୟ୍ୟକ୍ରମକୁ ସମସ୍ତେ ସହରବାସୀଙ୍କୁ ନିମନ୍ତ୍ରଣ କରାଯାଇଥିବା କହିଥିଲେ ଇଓ ଅଭିନାଶ ମିଶ୍ର ।
Next Post