jsm

ଜମିବାଡ଼ି ପାଇଁ ଗଣ୍ଡଗୋଳ : ଜଣେ ମୃତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁରେ ଜମି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ବରଗାଁର ଧନୁ ବୁଡେକ ବୋଲି ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁର ଧନୁ ବୁଡେକ ଏବଂ ସୁଶାନ୍ତ ବେହେରାଙ୍କର ପରିବାର ଭିତରେ ଦୀର୍ଘଦିନ ହେଲା ଜମିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଗତକାଲି ସୁଶାନ୍ତ ବେହେରା, ବିନୋଦ ବେହେରା, ନିରୋଜ ବେହେରା ଏବଂ ତାଙ୍କ ସମର୍ଥକ ଯୁଧିଷ୍ଟିର ନାଗ, ଟାଙ୍ଗିଆ ଧରି ହଠାତ ଧନୁ ବୁଡେକଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଧନୁ ବୁଡେକଙ୍କୁ ଟାଙ୍ଗିଆରେ ଚୋଟ ପକାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସ୍ବାମୀ ଧନୁଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଲକ୍ଷ୍ମୀ ବୁଡେକ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ପରେ ବାପା ମା’ଙ୍କୁ ରକ୍ଷା କରିବାକୁ ଯାଇ ଦୁଇ ଝିଅ ରଜନୀ ଓ ସଜନ୍ତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।

ଗାଁ ଲୋକେ ଗୁରୁତର ଅବସ୍ଥାରେ ଧନୁ ବୁଡେକ ଏବଂ ତାଙ୍କ ସ୍ତ୍ରୀ ଓ ଦୁଇଝିଅଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ । ହସପିଟାଲରେ ଧନୁ ବୁଡେକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଧନୁଙ୍କ ସ୍ତ୍ରୀ ଲକ୍ଷ୍ମୀ ବୁଡେକଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ବୁର୍ଲା ପଠାଇଛନ୍ତି । ଅନ୍ୟପଟେ ତିନିଜଣ ଝିଅ ସହ ପୁଅକୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।ଦେଓଗାଁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

yuvodaya
Leave A Reply

Your email address will not be published.