csstore

ଗଛ ତଳେ ସମ‌ନ୍ୱୟ ଶିଶୁ ବିକାଶ ଯୋଜନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ବରିକେଲ ପଞ୍ଚାୟତ ଅନ୍ତର୍ଗତ ସିଂହନପୁର ଗ୍ରାମରେ ଗଛତଳେ ଅଙ୍ଗନୱାଡି ସେଣ୍ଟର ଚାଲିଛି । ପରିତାପର ବିଷୟ ଯେ, ଆଜକୁ ୧୧ ବର୍ଷ ହେଲା ଅଙ୍ଗନୱାଡି ଗୃହ ନ ଥିବାରୁ ଗୋଟିଏ ବ୍ଲକ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିଲା । ବ୍ଲକ ଘରେ ଶିଶୁମାନଙ୍କୁ ପାଠ ପଢାଇବା ପାଇଁ ମନା କରି ଦେବାରୁ ଏବେ ଗଛ ତଳେ ପାଠପଢ଼ା ଚାଲିଛି । ଏଇଥିରୁ ଶିଶୁ ବିକାଶ ଯୋଜନା ପାଇଁ ସରକାରଙ୍କ ଠାରୁ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ବେ ଜମି ଅଭାବରୁ ଗୃହ ନିର୍ମାଣ ହୋଇ ପାରିନାହିଁ । ତହସିଲଦାରଙ୍କ ନିର୍ଦ୍ଦେଶରେ ଆରଆଇ ୪ ଡିସିମିଲ ସରକାରୀ ଜମି ନକ୍ସା ସହିତ ଚିହ୍ନୋଟ କରିଥିଲେ । କିନ୍ତୁ ଜନୈକ ବ୍ୟକ୍ତି ସେହି ଜମିକୁ ବେଆଇନ୍ ଭାବେ ଦଖଲ କରୁଥିବାରୁ ଚିହ୍ନୋଟ ସ୍ଥାନରେ ଗୃହ ନିର୍ମାଣ ହୋଇ ପାରିନାହିଁ ବୋଲି ଗ୍ରାମର କେତେକ ଲୋକ ପ୍ରକାଶ କରନ୍ତି । ଏ ସମ୍ବନ୍ଧରେ ପଦ୍ମପୁର ଉପ ଜିଲ୍ଲାପାଳ ତଥା ତହସିଲଦାରଙ୍କୁ ବାରମ୍ବାର ଅବଗତ କରି ଅଭିଯୋଗ କଲେ ମଧ୍ୟ କିଛି ଫଳ ହୋଇ ନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ ପୂର୍ବକ ଅଙ୍ଗନୱାର୍ଡ ଗୃହ ନିର୍ମାଣ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ପୂର୍ବତନ ସରପଞ୍ଚ ଶାନ୍ତନୁ କାଲେ, ସମିତି ସଭ୍ୟ ଫକୀର ସାହା, ୱାର୍ଡ ମେମ୍ବର ବେଣୁଧର ସାହା, ରଘୁନାଥ ଏଣ୍ତଜା, କୃଷ୍ଣଚନ୍ଦ୍ର କନ୍ଦ, ଗଜରାଜ ବରିହା, ଧନଞ୍ଜୟ କନ୍ଦ ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.