କାର୍‌ ଉପରେ ପଡ଼ିଗଲା ଗଛ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଛକ ନିକଟ ପ୍ରମିଳା ଜୁଏଲାରୀ ନିକଟରେ ଶୁକ୍ରବାର ରାତିରେ ପାଟଣାର ଅକ୍ଷୟ କୁମାର ସାହୁଙ୍କ କାର୍‌ଟି ଜୁଏଲାରୀ ନିକଟରେ ଠିଆ ହୋଇଥିବା ବେଳେ ହଠାତ୍‌ ଏକ ଚାକୁଣ୍ଡା ଗଛ ଭାଙ୍ଗି କାର ଉପରେ ପଡ଼ିଯାଇଥିଲା । ଫଳରେ କାର୍‌ରେ ଥିବା ୨୨ ବର୍ଷୀୟ ଚାଳକ ସହ ୭ ବର୍ଷର ଶିଶୁ କନ୍ୟା ଫସି ରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଫଳରେ ଚାଳକ ଓ ଶିଶୁ କନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଛ ରାସ୍ତା ଉପରେ ଭାଙ୍ଗି ପଡିବା ଫଳରେ ଶତାଧିକ ଗାଡ଼ି ରାସ୍ତାରେ ଅଟକି ରହିଥିଲା । ଖବର ପାଇ ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରେ ପାଟଣା ଅଗ୍ନିଶମ ବାହିନୀ ଗଛ କାଟି ସଫା କରିବା ପରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।

Leave A Reply

Your email address will not be published.