csstore

ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀଙ୍କୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ ହୋଇଛନ୍ତି । ନୂଆଦିଲ୍ଲୀର ସମ୍ବିଧାନ ସଂଘମ୍ ଠାରେ ଆୟୋଜିତ ଉତ୍ତମ ଶିକ୍ଷା ଏବଂ ଶାନ୍ତି ପରିଷଦ ନାମରେ ଏକ ସଂଗଠନ ପକ୍ଷରୁ ବଡ଼ଦାସୁଡୁ ଆର୍. ସତ୍ୟମ୍ ରେଡ୍ଡୀ ନୃତ୍ୟଗୁରୁ କଳା ଗବେଷକ ଭାବେ ଡକ୍ଟରେଟ୍ ଉପାଧିରେ ଭୂଷିତ ହୋଇଛନ୍ତି । ଏହି ଉପାଧି ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରେ ସାଧୁବାଦ ଓ ଶୁଭେଚ୍ଛାର ସୁଅ ଛୁଟିଛି । ଏଭଳି ସଂଘର୍ଷମୟ ଜୀବନରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀଙ୍କ ସେବାରେ ନିଜକୁ ନିୟୋଜିତ ହୋଇ ହରି ନାମ ସଂକୀର୍ତ୍ତନ ସଦା ସର୍ବଦା ମଜ୍ଜି ଯାଇ ସଂଗୀତ ଓ କଳାକୁ ଆଦରି ଆସି ଭକ୍ତିବାଦର ଚେତନାରେ ଅନୁପ୍ରାଣୀତ ହୋଇଛନ୍ତି । ଶ୍ରୀ ହରିଙ୍କ ଭକ୍ତିବାଦରେ ଜଣେ ଗବେଷକ ଭାବେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ତେବେ ନୂଆଦିଲ୍ଲୀରୁ ଓଡ଼ିଶା ଫେରିବା ପରେ ଛତ୍ରପୁର ବଡ଼ ରେଳଷ୍ଟେସନ ଠାରେ ନୃସିଂହନାଥ କାମିନୀଙ୍କ କୋହଲା ମଶାଲ ଲଗାଇ ଶ୍ରୀ ହରିଙ୍କ ନାମ ସଂକୀର୍ତ୍ତନ ଗାଇ ଉଦଣ୍ଡ କୀର୍ତ୍ତନରେ ଭକ୍ତମାନେ ତାଙ୍କୁ ସ୍ଵାଗତ କରି ଆନନ୍ଦରେ ଭକ୍ତିଭାବନାରେ ମତୁଆଲା ହୋଇଯାଇଥିଲେ । ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର ( ଭାଗବତ ଗାଦି )ର ସମ୍ପାଦକ ଅଶୋକ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.