ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ- କଣ୍ଟାବାଞ୍ଜି ଓ ବେଲପଡା ବିଜୟୀ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ଥିବା ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ମନୋଜ କୁମାର ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେ ଆଜି ତୃତୀୟ ଦିନରେ ପହଂଚିଛି । ଆୟୋଜିତ ତୃତୀୟ ଦିବସରେ ଅଶୁର୍ଲା କ୍ଲଷ୍ଟର ସିଆରସିସି ଟଙ୍କଧର ବିଶ୍ୱାଲ, ମନିଗାଁ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଶିଶିଭୂଷଣ ଖମାରୀ, ତେତେଲପଡା ସ୍କୁଲର ପ୍ରଧାନ ଶିକ୍ଷକ ଡୋଲାମଣି ବେହେରା, ହରପ୍ରସାଦ ମାଝୀ, ଶ୍ୟାମଲାଲ କୁମ୍ଭାର, ଶ୍ରୀବଚ୍ଛ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଧନଞ୍ଜୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ଦିବସରେ ଘର୍ଲା ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ଏଥିରେ କଣ୍ଟାବାଞ୍ଜି ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଦେବଙ୍ଗ ଓ ବେଳପଡା(କଲାହାଣ୍ଡି) ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଲେ ବେଳପଡା ଦଳ ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁ ମାଝୀ, ଚଉ ଭୋଇ, ମନୁ ମାଝୀ, ସହଯୋଗ କରିଥିଲେ । ଆୟୋଜକ ମଣିଶ୍ରୀ ଫୁଟବଲ କ୍ଲବର ଶୁଶିଲ ମାଝୀ, ଅରୁଣ ମାଝୀ, ଯଜ୍ଞଦତ୍ତ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ, ମହେଶ ମାଝୀ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.