p purohi

ଶିଷକେଲାରେ ଅଲ ଓଡିଶା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ : ଦେବଗଡ଼ ବିଜୟୀ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଖେଳ ପଡିଆ ଠାରେ ଆଜି ତୃତୀୟ ବର୍ଷ ପାଇଁ ମା’ ଘଣ୍ଟାସୁନି ଅଲ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ତେବେ ମହିଳା ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥିବା ମଧ୍ୟ ଡେଖିବାକୁ ମିଳିଥିଲା । ଦେବଗଡ଼ ଓ ଡିଡିଏ. ଝାରସୁଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୪-୦ରେ ଦେବଗଡ଼ ଦଳ ବିଜୟ ହାସଲ କରିଥିଲା । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ରାଜେଶ ବେହେରା, ରାଜ କିଶୋର ଡାଙ୍ଗ, ସ୍ଥାନୀୟ ସରପଞ୍ଚ ଉମାକାନ୍ତ ରଣା, ପୂର୍ବତନ ସରପଞ୍ଚ ହରେକୃଷ୍ଣ ରଣା, ଅକେଶ୍ୱର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପୁରନ୍ଧର ରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଖେଳ ପରିଚାଳନାରେ ଜିତେନ୍ଦ୍ର ଜାଲ,ଲାଇନ୍ସମ୍ୟାନ ବିନୋଦ ବିହାରୀ ବେହେରା,ରାଜେଶ ପୋଡ଼ ଓ ବିକି ଜି ନାଗ କାର୍ୟ୍ୟ ତୁଲାଉଥିଲେ । ଏଥିରେ କିମିଟ ସଭାପତି ପିଙ୍କୁ ରଣା, ସଂପାଦକ ପପୁ ରଣା, ଅଜିତ ହାତୀ, ବବଲୁ ବେହେରା, ବିଶି କେଶନ ରଣା, ଉତ୍ତମ ରଣା, ଶାନ୍ତନୁ ରଣା, କୁନୁ ବେହେରା, ବିକି ଜି ନାଗ, ସୁଶାନ୍ତ ବେହେରା, ଦୁର୍ଲଭ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.