oom

ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଯାପିତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହର ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପତ ମେଳା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସମାରୋହରେ ଅତିଥିଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷ ପୁଷେନ୍ଦ୍ର ସିଂଦେଓ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡଃ. ମଧୁସୂଦନ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ, ଜୁନାଗଡ ଆତ୍ମା ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଜିଲ୍ଲା ତାଳିମ ସଂଯୋଜକ ଡଃ.କେଦାର ନାଥ ଖମାରୀ ପ୍ରମୁଖ ଯୋଗଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାଦ୍ୱାରା ଚାଷୀମାନେ କିପରି ଉପକୃତ ହୋଇପାରୁଛନ୍ତି ତାହା ଉପରେ ବିଭାଗୀୟ ଅଧିକାରୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ବିଭାଗରେ ସଫଳ ହୋଇଥବା ଜିଲ୍ଲାର ୪ଜଣ ଚାଷୀଙ୍କୁ ୫ହଜାର ଆର୍ଥିକ ରାଶି ସହ ମାନପତ୍ର ଓ ଉପଢୌକନ ଦେଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଆଧୁନିକ ମସ୍ୟ ଚାଷ ପ୍ରଣାଳୀ ପାଇଁ କଲମପୁର ବ୍ଲକ ସାଗବାରୀ ଗ୍ରାମର ଗୋଲାପୀ ସାହୁ ଓ ଜୁନାଗଡ ବ୍ଲକ ବାଦଲଦେଇ ଗ୍ରାମର ମହାଲକ୍ଷ୍ମୀ ମହିଳା ସଂୟ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସଏଚ୍‌ ଜି)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉନ୍ନତ କୁକୁଡ଼ା ଚାଷ ପାଇଁ ଧର୍ମଗଡ ବ୍ଳକ ଖରପଦର ଗ୍ରାମର ସପନ ପାତ୍ର ଓ ଗାଈ ଚାଷ ପାଇ ଜଶପାଲ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡଃ. ସୁଦେବୀ ଭଞ୍ଜ ଓ ତେଜସ୍ୱିନୀ ସାହୁ ପରିଚାଳନା କରିଥିଲେ । ଏହି ମେଳାରେ ଜିଲ୍ଲାର ୧୩ଟି ବ୍ଲକର ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.