om academy

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ’ର ରଞ୍ଜିତପୁର ଛକ ନିକଟରେ ବୁଧବାର ମଧ୍ୟ ରାତ୍ରରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ତାଙ୍କ ସ୍ତ୍ରୀ ଓ ଛୁଆ ସହିତ ନିଜ ବାଇକ ନମ୍ବର ଓଡି୧୬୬୦୭୩ରେ ମା’ ନିଶାନି ଦେବୀଙ୍କ ମନ୍ଦିରରୁ ଯାତ୍ରା ଦେଖି ଫେରୁଥିବା ସମୟରେ ପାଇକମାଳ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ବିଳାସପୁର ଗ୍ରାମର ଗୋପବନ୍ଧୁ ସୁନାଙ୍କର ବାଇକ ନମ୍ବର ଓଡି୧୭ ଏ ୫୩୯୧ ସହିତ ମୁହାଁମୁହିଁ ଧକ୍କା ହୋଇଯାଇଥିଲା ଫଳରେ ଗୋପବନ୍ଧୁ ଓ ଯଶୋବନ୍ତ ସମେତ ଯଶୋବନ୍ତଙ୍କ ପୁଅ ଗଭୀର ଭାବରେ ଆହତ ହୋଇଥିଲେ । ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଯଶୋବନ୍ତ ଓ ଗୋପବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମୃତକ ଯଶୋବନ୍ତର ଛୁଆକୁ ବର୍ତ୍ତମାନ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମୃତ୍ୟୁ ଖବର ପାଇବା ପରେ ପାଇକମାଲ ପୋଲିସ ଡାକ୍ତରଖାନାକୁ ପହଂଛି ଶବ ବ୍ୟବଚ୍ଛେଦ କରାଇବା ପରେ ଅନ୍ତିମ ସଂସ୍କାର ପାଇଁ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପାଇକମାଲ ଥାନାରେ ମାମଲା ନମ୍ବର ୭୬/୨୩ ଧାରା୨୭୯, ୩୩୭, ୩୦୪ରେ ମାମଲା ରୁଜୁ କରି ସବ ଇନ୍ସପେକ୍ଟର ବିମଲ ଲାକ୍ରା ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.

fifteen − 14 =