centurian jitm

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ପଛପଟୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌

nschool

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍‌ ପଛକୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌ । ସୂଚନା ମୁତାବକ, ଆଜି ଭୋରରୁ ଶୁଆକାଟି ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା । ଏହି ସମୟରେ ଗୋରୁ ବୋଝେଇ ଟ୍ରକ୍‌ଟି ଦୃତ ଗତିରେ ଆସି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା । ଫଳରେ ଗୋରୁ ବେପାରୀଙ୍କ ସହ ୯ଟି ଗୋରୁଙ୍କ ମୃତ୍ୟୁ ଘଟିଛି । ୬ଟି ଗୋରୁ ଆହତ ହୋଇଛନ୍ତି । ତେବେ ଏଯାଏଁ ଗୋରୁ ବେପାରୀଙ୍କ ପରିଚୟ ମିଳିନାହିଁ ।

Leave A Reply

Your email address will not be published.