ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଭୋଗରାଇ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ ଦେଉଳାରୁ ଥାନା ଛକ ଅଭିମୁଖେ ଆସୁଥିବା ବେଳେ ଆଗରେ ଯାଉଥିବା ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ଆହତ ହୋଇଥିଲେ । ପିକଅପ୍ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ଦୋକାନ ଘରେ ପସି ଯାଇଥିଲା । ସ୍ଥାନୀୟ ଲୋକେ ଗାଡିକୁ ଅଟକ ରଖି ଆହତ ବାଇକ୍ ଆରୋହୀଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ନେବା ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ମୃତକ ହେଲେ ଦେଉଳା ପଂଚାୟତ ନୁଟୁରା ଗ୍ରାମର ହରିଶ ଦଣ୍ଡପାଟ । ତାଙ୍କ ବୟସ ୩୬ବର୍ଷ ହୋଇଥିବା ବେଳେ ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି । ଶୁକ୍ରବାର ସକାଳେ ସେ ପରିବା ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଦାରୁହା ହାଟକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.