ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର

ଚଣ୍ଡିଖୋଲ : ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ୍ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଏକ କାର୍ କୋଲକାତାରୁ ପୁରୀ ଅଭିମୁଖେ ଆସୁଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ୍ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ବସ୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ କାରରେ ଯାଉଥିବା ଡୁମୁଡୁମା ଅଞ୍ଚଳର ଜୟନ୍ତ ବିଶ୍ୱାସ, ଅର୍ପିତ ବିଶ୍ୱାସ, ଜୋତିତା ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ନେଇ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଚଣ୍ଡିଖୋଲ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.